ସ୍ୱତନ୍ତ୍ର

ବନ୍ଦ ହେବ ଶତାୟୁ ଶିକ୍ଷାନୁଷ୍ଠାନ!

By Angul TV Bureau

November 02, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଅନ୍ୟତମ ପ୍ରାଚୀନ ଶିକ୍ଷାନୁଷ୍ଠାନ ଅମଲାପଡ଼ା ପ୍ରାଥମିକ ସ୍କୁଲ୍‌ ବନ୍ଦ ହେବା ନେଇ କଳ୍ପନଜଳ୍ପନା ଆରମ୍ଭ ହୋଇଛି। ସ୍କୁଲ୍‌ରେ ମାତ୍ର ୩୦ ଜଣ ଛାତ୍ରଛାତ୍ରୀ ଏବେ ପଢୁ ଥିବାରୁ ସରକାରୀ ଯୋଜନା ଅନୁସାରେ ଏହାକୁ ଅନ୍ୟ ପାଖ ସ୍କୁଲ୍‌ ସହ ମିଶ୍ରଣ କରାଯିବାର ସମ୍ଭାବନା ରହିଛି। ସରକାରୀ ସ୍କୁଲ୍‌ ପ୍ରତି ସ୍ଥାନୀୟ ଲୋକ ବିମୁଖ ହେବା କାରଣରୁ ଏଭଳି ପରିସ୍ଥିତି ଉପୁଜିଛି। ୧୩୩ ବର୍ଷର ଏହି ସ୍କୁଲ୍ ଇ˚ରେଜ ଅମଳରେ ସ୍ଥାପନ ହୋଇଥିଲା। ବହୁ ନାମୀଦାମୀ ନେତା, ଯନ୍ତ୍ରୀ, ଡାକ୍ତର, ଆଇଏଏସ୍‌ ଏକଦା ଏଠାରେ ପଡ଼ିଯାଇଛନ୍ତି। ହେଲେ ଏବେ ଅରମା ପରିପୂର୍ଣ୍ଣ ଏହି ସ୍କୁଲ୍‌ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରାତି ୧୦ ଟପିଲେ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟୁଛି। ଫଳରେ ସେଣ୍ଟ୍ରାଲ୍‌ କୁକି˚ କେନ୍ଦ୍ର ସହ ଏଠାରେ ଏକ ଫିଜିଓଥେରାପି ସେଣ୍ଟର ଖୋଲାଯିବାକୁ ପ୍ରସ୍ତାବ ରହିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଏକଦା ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଏହି ସ୍କୁଲ୍‌ର ଏବେ ୩୦ ଛାତ୍ରଛାତ୍ରୀ ରହିବା ସରକାରୀ ସ୍କୁଲ୍ ପ୍ରତି ଅଭିଭାବକଙ୍କ ବିମୁଖତା ପ୍ରକାଶ କରୁନାହିଁ କି?