ମୁଖ୍ୟ ଖବର

ବରସାହିରେ ଅଭାବନୀୟ ଘଟଣା

By Angul TV Bureau

November 27, 2020

ଅନୁଗୁଳ: ଛେଣ୍ଡିପଦା ଥାନା ତଥା ବରସାହିି ପଞ୍ଚାୟତ ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସକାଳେ ଖୋକନ ବେହେରା (୪୫) ନାମକ ଜଣେ ଯୁବକ ନିଜ ଘରେ ନିଆଁ ଲଗାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଛେଣ୍ଡିପଦା ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇ ଥିଲେ। ଘରେ ନିଆଁ ଲଗାଇବା ପରେ ଏକ କଟୁରୀ ଧରି ସରପାଳ ଗାଁ ଆଡକୁ ଧାଇଁଥିଲେ ଖୋକନ। ସ୍କୁଲ ନିକଟରେ ନିଜ ତଣ୍ଟି କାଟି ଦେଇଥିଲେ। ରାସ୍ତାରେ ଯାଉଥିବା ଲୋକେ ୧୦୮ ଯୋଗେ ତାଙ୍କୁ ଛେଣ୍ଡିପଦା ଡାକ୍ତରଖାନା ପଠାଇ ଥିଲେ l ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି l ପାରିବାରିକ କଳହରୁ ମାନସିକ ଭାରସାମ୍ୟ ହରାଇ ଖୋକନ୍ ଏଭଳି ନିଷ୍ପତି ନେଇଥିବା ଆଲୋଚନା ହେଉଛି।