ଅନ୍ୟାନ୍ୟ

ବର୍ଷୀୟାନ ସାମ୍ବାଦିକଙ୍କ ପରଲୋକ

By Angul TV Bureau

December 06, 2020

ଅନୁଗୁଳ: ଅନୁଗୁଳର ବର୍ଷୀୟାନ ସାମ୍ୱାଦିକ ତଥା ପ୍ରଜାତନ୍ତ୍ରର ପୂର୍ବତନ ପ୍ରତିନିଧି ବିନାୟକ ମିଶ୍ରଙ୍କର ରବିବାର ସକାଳେ ପରଲୋକ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା l ସେ ଖୋଲାଦ୍ଵାର, ଓଡିଶା ଭାସ୍କର ଖବରକାଗଜରେ ମଧ୍ୟ କିଛିଦିନ କାର୍ଯ୍ୟ କରିଥିଲେ l ଜଣେ ଅଭିଜ୍ଞ ସାମ୍ବାଦିକ, ମେଳାପୀ, ଅମାୟିକ ବ୍ୟକ୍ତି ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ l ତାଙ୍କ ମୃତ୍ୟୁ ଖବର ପାଇ ଅନେକ ଗଣମାଧ୍ୟମର ପ୍ରତିନିଧି ମାଟିଆ ସାହି ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ଲୋକଙ୍କ ପ୍ରତିସମାବେଦନା ଜଣାଇଥିଲେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ, ପୁଅ, ବୋହୂ,ନାତି,ନାତୁଣୀ ଓ ଝିଅ ଉପସ୍ଥିତ ଥିଲେ l