ମୁଖ୍ୟ ଖବର

ବାଇକ୍ ଚାଳକ ପଛରେ ବସିଲେ ବି ହେଲମେଟ ବାଧ୍ୟତାମୂଳକ

By Angul TV Bureau

December 06, 2020

ଅନୁଗୁଳ: ଏଣିକି ବାଇକ୍‌ ଚାଳକ ଓ ପଛ ସିଟରେ ବସିଥିବା ଲୋକଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ । ନିୟମ ଉଲ୍ଲଂଘନ କଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ଓଡ଼ିଶା ରାଜ୍ୟ ପରିବହନ କର୍ତ୍ତୃପକ୍ଷ ।

ବିପଦ ଓ ଜରିମାନାକୁ ଏଡ଼ାଇବା ଲାଗି ସତର୍କ ହେବାକୁ ପରାମର୍ଶ ଦିଆଯାଇଛି। ସରକାରଙ୍କ ଏହି ନିୟମ ଦୁର୍ଘଟଣାକୁ କିଛିମାତ୍ରାରେ ରୋକି ପାରିବ ବୋଲି ଆଶା ରହିଛି । ପୂର୍ବରୁ ମଧ୍ୟ ଏହି ନିୟମ ଲାଗୁ କରାଯାଇ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଥିଲା । କରୋନା ଯୋଗୁଁ ଗତ କିଛି ମାସ ହେଲା ଚେକିଂ କୋହଳ କରାଯାଇଥିଲା।