ଅନ୍ୟାନ୍ୟ

ବିପ୍ଳବ ଜେନା ପୁଣି ଡିସିସି ସଭାପତି

By Angul TV Bureau

October 19, 2020

ଅନୁଗୁଳ: ଗତ ରବିବାର ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ କଂଗ୍ରେସ କମିଟି ସଭାପତିଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଅନୁଗୁଳରୁ ବିପ୍ଳବ ଜେନା ଦ୍ବିତୀୟ ଥର ପାଇଁ ଡିସିସି ସଭାପତି ମନୋନୀତ ହୋଇଛନ୍ତି। ଏଥିନେଇ ଶ୍ରୀ ଜେନା ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି। ଅନୁଗୁଳ ଜିଲ୍ଲାରେ ବହୁ ସମସ୍ୟା ରହିଛି। ସେ ସବୁର ସମାଧାନ ପାଇଁ ପର୍ଯ୍ୟାୟକ୍ରମେ ଉଦ୍ୟମ କରାଯିବ ବୋଲି ଶ୍ରୀ ଜେନା ସାମ୍ବାଦିକମାନଙ୍କୁ ଜଣାଇଛନ୍ତି