ଘଟଣା ଓ ଦୁର୍ଘଟଣା

ବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ

By Angul TV Bureau

November 08, 2020

ତାଳଚେର: ଇଟା ଭାଟି ନିମନ୍ତେ ବେଆଇନ ଭାବେ ମାଟି ଖୋଳିବା ଅଭିଯୋଗରେ ତାଳଚେର ପୁଲିସ୍ ସୁନାଖଣି ଗ୍ରାମର ରାମଚନ୍ଦ୍ର ପ୍ରଧାନ ଓ ଟିକନ ପ୍ରଧାନଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ନୂଆ ବଲଣ୍ଡା ଅଞ୍ଚଳରୁ ନିୟମିତ ମାଟି ଖନନ ହେଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ବେଆଇନ୍ ଭାବେ ଗଢି ଉଠିଥିବା ଇଟା ଭାଟିକୁ କିଛି ମାଫିଆ ଏହି ମାଟି ଯୋଗାଇ ଆସୁଥିଲେ।ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାଳଚେର ତହସିଲ୍ ପ୍ରଶାସନ ଶନିବାର ଚଢଉ କରିଥିଲା। ମାଟି ଚାଲାଣକାରୀ ଖସିଯାଇଥିଲେ ହେଁ ଘଟଣାସ୍ଥଳରୁ ଗୋଟିଏ ଟିପର ଓ ଜେସିବି ଜବତ୍ ହୋଇଥିଲା। ପରେ ପୁଲିସ୍ ଅନୁସନ୍ଧାନ କରି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାଟି ଚାଲାଣ ନେଇ ମୋଟ ୯ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି। ଅନ୍ୟ ୭ ଜଣ ଫେରାର ଥିବା ପୁଲିସ ସୂତ୍ରରୁ ଜଣାପଡିଛି।