ସ୍ୱତନ୍ତ୍ର

ବେଲଗାମ୍ ଠେଲା ବେପାର

By Angul TV Bureau

November 19, 2020

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ତ, ବଜାର ସମେତ ବିଭିନ୍ନ ଛକ ଓ ସାହି ଭିତରେ ଏବେ ଅଢେ଼ଇ ଶହରୁ ଅଧିକ ଠେଲା ବ୍ୟବସାୟୀ ଘୂରି ବୁଲୁଛନ୍ତି। ଫଳ ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା କରୁଛନ୍ତି। ବେଲଗାମ୍‌ ଏହି ବ୍ୟବସାୟୀ ମନଇଚ୍ଛା ଯେଉଁଠି ପାରିଲେ ସେଇଠି ଠେଲାଗାଡି ରଖି କାରବାର କରୁଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ବସ୍‌ଷ୍ଟାଣ୍ତ, ଡାକ୍ତରଖାନା ଛକରେ ଏମାନେ ଏଭଳି ଆଡ୍ଡା ଜମେଇ ବେପାର କରୁଛନ୍ତି, ଯାହା ଫଳରେ ଗାଡ଼ି ଚଳାଚଳରେ ଅନେକ ଅସୁବିଧା ସୃଷ୍ଟି ହେଉଛି। ମେଡିକାଲ୍ ଛକରେ ରାସ୍ତା ଉପରେ ପଇଡ଼ ବେପାର ଯୋଗୁଁ ଲୋକ ଯାତାୟାତରେ ନାକେଦମ୍ ହେଉଛନ୍ତି। ସବୁବେଳେ ଟ୍ରାଫିକ୍‌ ଜାମ୍‌ ରହୁ ଥିଲେ ବି ସଭିଏଁ ଚୁପ୍। ପୌର ପ୍ରଶାସନ ଏସବୁ ଦେଖି ନଦେଖିଲା ଭଳି ରହୁଛି। ସବୁଠୁ ବଡ଼ କଥା ହେଲା ଫଳ ବେପାର କମ୍‌ ଏଠି ଠେଲାଗାଡି ବେଶୀ ହାଉଜାଉ ହେଇଛନ୍ତି। ଜଣେ ଜଣେ ବ୍ୟବସାୟୀ ଫଳ ଗୋଦାମ କରିବା ସହ ୭୦ରୁ ୮୦ ଠେଲା ତିଆରି କରି ଭଡ଼ା ଲଗାଇଛନ୍ତି। ଠେଲା ଚଲାଇବା ପାଇଁ ଓଡ଼ିଶା ବାହାରୁ ଲୋକଙ୍କୁ ଅଣାଯାଉଛି। ଏହି ଠେଲା ବାଲା ଏବେ ସହରସାରା ପସରା ମେଲାଇ କେବଳ ଟ୍ରାଫିକ୍‌ ଜାମ କରୁନାହାନ୍ତି ବର˚ ଏସବୁ ଯୋଗୁଁ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ସେମାନଙ୍କୁ ଏବେ ଠାରୁ ନିୟନ୍ତ୍ରଣ କରାନଗଲେ ଆଗକୁ ଟ୍ରାଫିକ ସମସ୍ୟା ଆହୁରି ବିଗିଡିବାର ଆଶଙ୍କା ପ୍ରକାଶ ପାଇଛି।