ଅନୁଗୁଳ: ଶୁକ୍ରବାର ଅନୁଗୁଳରେ ପିଆଜର ଖୁଚୁରା ଦର ୯୦ ଟଙ୍କାରେ ପହଞ୍ଚିଗଲାଣି। ପାର୍ବଣ ସମୟରେ ପିଆଜର ଏଭଳି ଦରବୃଦ୍ଧି ଗ୍ରାହକଙ୍କ ମୁଣ୍ତବ୍ୟଥାର କାରଣ ସାଜିଛି। ତେବେ ପିଆଜର ଦରବୃଦ୍ଧି ନୂଆ କଥା ନୁହେଁ, ଗତ ୨ ବର୍ଷ ହେଲା ଏଭଳି ପରିସ୍ଥିତି ଦେଖାଯାଇଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲର କ୍ଷତିଗ୍ରସ୍ତ ହେବା ଯୋଗୁଁ ସମଗ୍ର ଦେଶରେ ଏଭଳି ପିଜଆଜର ଅଭାବ ଦେଖାଦେଇଛି। ଅରବିନ୍ଦ ପାଢ଼ୀ ଅନୁଗୁଳର ଜିଲ୍ଲାପାଳ ଥିଲାବେଳେ ଜିଲ୍ଲାରେ ଅଦା, ରସୁଣ ଓ ପିଆଜ ଚାଷ ଉପରେ ଗୁରୁତ୍ବ ଦେବା ସହ ଆମେ କିଭଳି ପିଆଜର ସ୍ବାବଲମ୍ବୀ ହୋଇପାରିବା ସେଥି ନେଇ ଗୁରୁତ୍ବ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ପିଆଜକୁ ନେଇ ଉଦ୍ୟାନ କୃଷି ବିଭାଗର ଘୋଟାଲା ହେଲା। ଆଜି ପିଆଜ ଆମକୁ କନ୍ଦାଉଛି। ନୂଆ ଜିଲ୍ଲାପାଳ ଏଥି ନେଇ ଉଚିତ ପଦକ୍ଷେପ ନେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଉଛି।