ଘଟଣା ଓ ଦୁର୍ଘଟଣା

ବୋନସ୍‌ ଦାବିରେ ରେଳବାଇ କର୍ମଚାରୀଙ୍କ ବିକ୍ଷୋଭ

By Angul TV Bureau

October 20, 2020

ଅନୁଗୁଳ: ପୂଜା ଋତୁରେ ବୋନସ୍‌ ନମିଳିବାରୁ କ୍ଷୁବ୍ଧ ହୋଇଛନ୍ତି ରେଳବାଇ କର୍ମଚାରୀ। ସେଥିପାଇଁ ଅନୁଗୁଳ ରେଳବାଇ କର୍ମଚାରୀମାନେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମହାମାରୀ ସମୟରେ କର୍ମଚାରୀମାନେ ନିଷ୍ଠାପର ଭାବେ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ବୋନସ୍‌, ମହଙ୍ଗା ଭତ୍ତା, ରାତ୍ରିକାଳୀନ ଭତ୍ତା, ପୁରୁଣା ପେନ୍‌ସନ୍‌ ଯୋଜନା ଆଦି ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଇଥିଲା। କର୍ମଚାରୀ ସଂଘ ସଭାପତି ସତ୍ୟ ନାରାୟଣ ପଟ୍ଟନାୟକ ଏବଂ ସଚିବ ରାକେଶ ମହାନ୍ତିଙ୍କ ନେତୃତ୍ବରେ ଏହି ଆନ୍ଦୋଳନ କରାଯାଇଥିଲା। ତେବେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି