ମୁଖ୍ୟ ଖବର

ମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଗାଳିଗୁଲଜ

By Angul TV Bureau

December 03, 2020

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ହୁଲୁରୁସି˚ହା ଛକଠାରେ ୩ ଜଣ ନିଶାସକ୍ତ ଯୁବକଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା। ରାଜପଥ ଉପରେ ବେଧଡ଼କ ବାଇକ୍‌ ଠିଆ କରିଥିବା ବେଳେ ବାରଣ କରିବାରୁ ମହିଳା ଟ୍ରାଫିକ୍‌ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଅଶ୍ଳୀଳ ଭାଷାରେ ନିର୍ଘାତ୍‌ ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିବା ଜଣାପଡ଼ିଛି। ଏମିତିକି ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଛକ ମଝିକୁ ଆସି ଆତଙ୍କ ଖେଳାଇଥିଲେ। ଉପରିସ୍ଥ ଅଧିକାରୀ ଏ ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ୍‌ ଚଢ଼ଉ କରି ଜଣେ ଯୁବକଙ୍କୁ କାବୁ କରିଛି। ସେମାନଙ୍କ ବାଇକ୍‌ ପୁଲିସ୍‌ ଥାନାକୁ ଉଠାଇ ଆଣିଛି। ଅଟକ ଯୁବକ ଟିକରପଡ଼ା ଅଞ୍ଚଳର ହୋଇଥିବା ବେଳେ ଫେରାର‌୍‌ ଯୁବକଙ୍କ ମଧ୍ୟରୁ ଜଣେ ପଞ୍ଚମହଲା ଓ ଅନ୍ୟ ଜଣେ ଅଙ୍ଗାରବନ୍ଧ ଇଲାକାର ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।