ମୁଖ୍ୟ ଖବର

ମୂଷାପାପୁଲି ଛକରେ ଫୁଟିଲା ଗୁଳି, ବୁଲିଲା ଭୁଜାଲି

ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା

By Angul TV Bureau

November 05, 2020

ଅନୁଗୁଳ: ବୁଧବାର ସନ୍ଧ୍ୟାରେ ଅନୁଗୁଳ ଥାନା ମୂଷାପାପୁଲି ଗାଁରେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରଯାଇଛି।ହତ୍ୟାକାଣ୍ଡ । ରାତି ସାଢେ ୮ ଟା ସମୟରେ ରନ୍ତଲେଇ ଗ୍ରାମର ଦୁଷ୍ମନ୍ତ ସେନାପତି ଛକରେ ଠିଆ ହେଇଥିବା ବେଳେ କିଛି ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହିଁ ଦୁଷ୍ମନ୍ତ ଟଳି ପଡ଼ିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଷ୍ମନ୍ତଙ୍କ ଭାଇ ଦୁଃଶାସନ ସେନାପତି ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ମୂଷାପାପୁଲି ଛକରେ ରନ୍ତଲେଇ ଗାଁର ଦୁଇ ଭାଇ ଦୁଃଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡା ହୋଇଥିଲେ । ହଠାତ କିଛି ଦୁର୍ବୃତ୍ତ ଆସି ସେମାନଙ୍କ ଆଡକୁ ଲକ୍ଷ୍ୟ କରି ଗୁଳି ମାଡ଼ କରିଥିଲେ। ଦୁଷ୍ମନ୍ତଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଉଭୟ ଗୁଳି ଓ ଭୁଜାଲି ଦୁଷ୍ମନ୍ତଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଦୁଃଶାସନଙ୍କ ଦେହରେ ଗୁଳି ବାଜିବା ଯୋଗୁଁ ସେ ଗୁରୁତର ଅଛନ୍ତି । ଅନୁଗୁଳ ପୁଲିସ ପହଞ୍ଚି ଛାନ୍ ଭିନ୍ ଆରମ୍ଭ କରିଛି । କେଉଁ କାରଣରୁ ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଲେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି।