ଘଟଣା ଓ ଦୁର୍ଘଟଣା

ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁ

By Angul TV Bureau

October 22, 2020

ଅନୁଗୁଳ: ନାଲକୋନଗର ଥାନା କାଣ୍ଡସର ଗୌଡସାହିଠାରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି। ମୃତ ଯୁବକ ଗୌତମ ବେହେରା (୪୦) ଓ ତାଙ୍କ ଘର ନିଶା ଶିଳ୍ପାଞ୍ଚଳ ଥାନା ଜାମୁଣ୍ଡା ଜଙ୍ଗଲ ଗ୍ରାମରେ। ସେ କାଣ୍ଡଶର ଗୌଡସାହି ଠାରେ ରହି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ। ଆଜି ସକାଳେ ତାଙ୍କର ମୃତଦେହ ସନ୍ଦେହଜନକ ଭାବରେ ରାସ୍ତାରେ ପଡି ରହିଥିବାର ଦେଖାଯାଇଥିଲା। ଖବର ପାଇ ନାଲକୋ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏ ସଂକ୍ରାନ୍ତରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଚଳାଇଛି ।