ମୁଖ୍ୟ ଖବର

ଯୁବ ଡାକ୍ତରଙ୍କ ଅକାଳ ବିୟୋଗ

By Angul TV Bureau

November 10, 2020

ଅନୁଗୁଳ: ଅନୁଗୁଳ ବ୍ଲକ୍ ପୁରୁଣାକୋଟ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଯୁବ ଆୟୁଷ ଡାକ୍ତର ଭଜମୋହନ ପାଳଙ୍କ ମଙ୍ଗଳବାର ଭୋର୍ ବେଳେ ପରଲୋକ ଘଟିଛି। ଗତ ୪ ଦିନ ହେବ ତାଙ୍କୁ ଜ୍ବର ସାଙ୍ଗକୁ ଶରୀର ଘୋଳାବିନ୍ଧା ହେଉଥିଲା। ଘରେ ସେ ହଠାତ୍‌ ଆଜି ଖସିପଡ଼ିଥିଲେ। ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲେ ହେଁ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ରକ୍ତଦାନ ଶିବିର ପରିଚାଳନାରେ ତାଙ୍କ କ୍ରମାଗତ ସହଯୋଗ ତାଙ୍କ ସହକର୍ମୀମାନେ ଭୁଲିପାରୁନାହାନ୍ତି। ଅନୁଗୁଳ ରକ୍ତ ଭଣ୍ତାର ଅଧିକାରୀ ଡା. ବିଶ୍ବଜିତ ସାମଲ ଏବ˚ ସମସ୍ତ କର୍ମଚାରୀ ସ୍ବର୍ଗତ ପାଳଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।