ଘଟଣା ଓ ଦୁର୍ଘଟଣା

ରାତ୍ର ଜଗୁଆଳିଙ୍କ ସନ୍ଦେହଜନକ ମୃତ୍ୟୁ

By Angul TV Bureau

December 03, 2020

ଅନୁଗୁଳ: ଅନୁଗୁଳ ପୌର କାର୍ଯ୍ୟାଳୟର ରାତ୍ର ଜଗୁଆଳି ଅମର ବାହାଦୁର ଖାଲେଙ୍କର ଗୁରୁବାର ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି। ଗୁରୁବାର ସକାଳେ ଅନୁଗୁଳ ତହସିଲ ଅଫିସ୍‌ ନିକଟରେ ତାଙ୍କର ମୃତଦେହ ପଡିଥିବାର ଦେଖା ଯାଇଥିଲା। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ପୁଲିସ୍ ଶବ ଜବତ କରିବା ସହ ପଞ୍ଚନାମା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ୍ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ୍ ପ୍ରକାଶ କରିଛି।