ଅନ୍ୟାନ୍ୟ

ରାସ୍ତାକଡ଼ରୁ ପରିବା ଦୋକାନ ହଟିବ

By Angul TV Bureau

November 05, 2020

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଅନୁଗୁଳ ସହରାଞ୍ଚଳର ସୌନ୍ଦର୍ଯ୍ୟ କରଣ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ତାଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ସ˚ପାଦନ କରାଯାଉଛି। ଥାନା ଛକରୁ ବୁଢ଼ୀ ଠାକୁରାଣୀ ଛକ ଯାଏଁ ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଛି। ବିଭିନ୍ନ ୱାର୍ଡରେ ରାସ୍ତା କଡ଼ରେ ନିତି ପରିବା ଦୋକାନ ଖୋଲୁଛି। ଏପରିକି ବସ୍‌ଷ୍ଟାଣ୍ତ ଆଖପାଖ ଅ˚ଚଳରେ ମଧ୍ଯ ଏଭଳି ପରିବା ଦୋକାନ ଖୋଲିବା ଦ୍ବାରା ଟ୍ରାଫିକ୍‌ ଚଳାଚଳ ନେଇ ବାଧା ଉପୁଜୁଛି। ସବୁ ପରିବା ଦୋକାନୀ ଡେଲି ମାର୍କେଟ୍‌ ଭିତରେ ବସିବାକୁ ଡାକବାଜି ଯନ୍ତ୍ର ଯୋଗେ ସୂଚନା ଦିଆଯାଇଛି। ଏହାଦ୍ବାରା ଅଳିଆ ଗୋଟିଏ ସ୍ଥାନରୁ ବାହାରିବା ସହ ଦରଦାମରେ ଆ˚ଶିକ ହ୍ରାସ ତଥା ସମାନତା ରହିବ ବୋଲି କୁହାଯାଇଛି।