ଅନୁଗୁଳ: ଲକ୍ଷ୍ମୀପୂଜା ଅବସରରେ ଏଡ୍ସ ସଚେତନତା ରଥର ଶୁଭାରମ୍ଭ ହୋଇଥିଲା। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ। ଏଡ୍ସ ରୋଗର କାରଣ, ନିରାକରଣ, ଏହି ରୋଗର ଭୟାବହତା ଏବ˚ ଏହି ରୋଗ ନେଇ ରହିଥିବା ଅନ୍ଧବିଶ୍ବାସ ଦୂର ପାଇଁ ଏହି ରଥ ଜିଲ୍ଲାର ଅନୁଗୁଳ, ବଅଁରପାଳ, ଛେଣ୍ତିପଦା, କଣିହାଁ ଓ ତାଳଚେର ବ୍ଲକ୍ ବୁଲିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଦର୍ଶନୀ ଓ ସା˚ସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲା ଏଡ୍ସ ନିୟନ୍ତ୍ରଣ ଅଧିକାରୀ ଡା. ବିଶ୍ବବିହାରୀ ମହାନ୍ତି, ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲ୍ଲୀପ ପଟ୍ଟନାୟକ, ଡିପିଏମ୍ ବିଶ୍ବର˚ଜନ ରଥ, ‘ ଡ଼ାପସୁ’ ଅଧିକାରିଣୀ ଡା. ପ୍ରମିଳା ହୋତା, ଆଇସିଟିସି କର୍ମକର୍ତ୍ତା, କେଆର ସପୋର୍ଟ ସେଣ୍ଟର କର୍ମଚାରୀ ଏବ˚ ବିଭିନ୍ନ ଏନ୍ଜିଓର ପ୍ରତିନିଧିମାନେ ଯୋଗ ଦେଇଥିଲେ।