ମୁଖ୍ୟ ଖବର

ସିଡିଏମଓ ଅଫିସ ଆଗରେ ଡାକ୍ତର ସଂଘର ବିକ୍ଷୋଭ

By Angul TV Bureau

December 08, 2020

ଅନୁଗୁଳ: ସିଡିଏମଓ ଅଫିସ ଆଗରେ ଅନୁଗୁଳ ଜିଲ୍ଲା ଓମସା ଏବଂ ଆଇଏମଏ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ଆୟୁଷ ଡାକ୍ତରମାନେ ସର୍ଜରୀ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ଏହାକୁ ବିରୋଧ କରି ଡାକ୍ତରମାନେ ବିକ୍ଷୋଭକୁ ଓହ୍ଲାଇଥିଲେ। ଉପଯୁକ୍ତ ତାଲିମ ନଥାଇ ହୋମିଓପାଥି ଓ ଆୟୁର୍ବେଦିକ ଡାକ୍ତରମାନେ କିଭଳି ଏହି ଜଟିଳ କାର୍ଯ୍ୟ କରିପାରିବେ ବୋଲି ଆଲୋପାଥିକ ଡାକ୍ତରମାନେ ପ୍ରଶ୍ନ ଉଠାଇଛନ୍ତି l ଏହାଦ୍ଵାରା ରୋଗୀର ଜୀବନ ବିପଦରେ ପଡ଼ିବା ଆଶଙ୍କା ରହିଛି l ଏହି ବିକ୍ଷୋଭ ଆଇଏମଏ ଜିଲ୍ଲା ସଭାପତି ଡା. ବିନୟ କୁମାର ନାଥ, ଡା. ପ୍ରଭାତ କୁମାର ପଣ୍ଡା ଏବଂ ଓମସା ରାଜ୍ୟ ସମ୍ପାଦକ ଡା. ବିଶ୍ଵଜିତ ସାମଲ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା l