ପ୍ରତିଭା ଓ ବ୍ୟକ୍ତିତ୍ୱ

ସିଡିଏସ ପରୀକ୍ଷାରେ ଦେଶରେ ଟପ୍ପର ଅଦିତି

By Angul TV Bureau

November 09, 2020

ଅନୁଗୁଳ: ନିକଟରେ ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ) ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଅବିଭକ୍ତ ଢେ଼ଙ୍କାନାଳ ଜିଲ୍ଲା ନାଧରାର ଝିଅ ଅଦିତି ପରିଡ଼ା ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି କେବଳ ଜନ୍ମମାଟି ନୁହେଁ, ସମଗ୍ର ରାଜ୍ୟକୁ ଗୌରବାନ୍ଵିତ କରିଛନ୍ତି। ସିଡିଏସ ପରୀକ୍ଷାରେ ଟପ୍ପର ହେବାରେ ଅଦିତି ରାଜ୍ୟର ପ୍ରଥମ ମହିଳା। ଏହି ସଫଳତା ପାଇଁ ରାଜ୍ୟପାଳ ମଧ୍ଯ ଅଦିତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ପଡ଼ା ବ୍ଲକ୍ ନାଧରା ହେଉଛି ତାଙ୍କର ପୈତୃକ ଗାଁ। ବାପା ଭୁଦେବ ପରିଡ଼ା ଭାରତୀୟ ସେନାରେ ବ୍ରିଗେଡିୟର ଥିବା ବେଳେ ମା ଶିକ୍ଷାବିତ୍। ସେନା ଶୃଙ୍ଖଳିତ ପରିବାରରେ ବଢ଼ି ଆସିଥିବା ଅଦିତି (୨୦) ଙ୍କର ପିଲାଟି ଦିନରୁ ତେଣୁ ସେନା ବାହିନୀ ପ୍ରତି ଦୁର୍ବଳତା ରହିଥିଲା। ସେ ପୁନେ ସିମ୍ବୋଶିଶ କଲେଜରୁ ସାମ୍ବାଦିକତାରେ ସ୍ନାତକରେ ପ୍ରଥମ ହୋଇଥିଲେ। ବିତର୍କ ପ୍ରତିଯୋଗିତାରେ ମଧ୍ଯ ଜାତୀୟ ସ୍ତରରେ ପୁରସ୍କୃତ ହେଇଛନ୍ତି ଅଦିତି। ଏହାଛଡା ଭଲିବଲ୍, ଓଡ଼ିଶୀ, ଭାରତନାଟ୍ୟମ୍ ନୃତ୍ୟରେ ତାଙ୍କର ବିଶେଷ ପାରଦର୍ଶିତା ରହିଛି।