ମୁଖ୍ୟ ଖବର

୧୮ରୁ ବଢ଼ିବ ଜାଡ଼!

By Angul TV Bureau

December 15, 2020

ଅନୁଗୁଳ : ରାଜ୍ୟରେ ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ପାଗ ଯେମିତି ଅଛି, ପ୍ରାୟତଃ ସେମିତି ରହିବ। ‘ସୋଆ’ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ ଏବେ ପାଗ ବିଶେଷ ବଦଳିବାର ନାହିଁ। ୧୬ରୁ ଧୀରେ ଧୀରେ ରାତି ତାପମାତ୍ରା କମିବ। ୧୮ରୁ ଆହୁରି କମିଯିବ। ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ପ୍ରକୋପ ଅଧିକ ରହିପାରେ। କେତେକ ଜାଗାରେ ଭୀଷଣ ଶୀତ ଅନୁଭୂତ ହେବା ଆଶଙ୍କା ରହିଛି। ବିଶେଷ କରି ପଶ୍ଚିମା ବାୟୁ ପ୍ରବାହ ଯୋଗୁଁ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହୋଇପାରେ। ଅନୁଗୁଳ, ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡ଼ି ହେବ। ସୋମବାର ସକାଳେ ମଧ୍ଯ ରାଜ୍ୟରେ କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ତା ପ୍ରକୋପ ଅଧିକ ଅଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲ୍‌ସିୟସ୍‌ ଥିବାବେଳେ ୧୭ଟି ଜାଗାରେ ପାରଦ ୧୫ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ଥିଲା।