ଅନୁଗୁଳ: କଳିଙ୍ଗ ଯୁବ ବିକାଶ କେନ୍ଦ୍ର, ଲକ୍ଷ୍ମୀ ବଜାର ପକ୍ଷରୁ ଚଳିତ ବର୍ଷ ୨୨ତମ ଗଣେଶ ପୂଜା ବହୁ ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ଅନୁଗୁଳରେ ପ୍ରଥମ ଥର ଗଣେଶଙ୍କ ପାଇଁ ୧ କେଜି ୬୫୦ ଗ୍ରାମ ଓଜନ ତଥା ୧୮ ଇଞ୍ଚ ଉଚ୍ଚାର ରୁପା ମୁକୁଟ ତିଆରି ହୋଇଛି ଯାହାର ବଜାର ମୂଲ୍ୟ ପ୍ରାୟ ଏକ ଲକ୍ଷ ତିରିଶ ହଜାର ଟଙ୍କା ହେବ ବୋଲି କୁହାଯାଉଛି।
ପୂଜା କମିଟି ପକ୍ଷରୁ ପ୍ରତିଦିନ ପୂଜାକର୍ମ ବିଧି, ହୋମ , ପ୍ରସାଦ ସେବନ ଆଦିର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ବ୍ୟବସ୍ଥା ରହିଛି।ଚଳିତ ଗଣେଶ ପୂଜାରେ କଳିଙ୍ଗ ଯୁବ ବିକାଶ କେନ୍ଦ୍ରର ମୂର୍ତି ଓ ରୁପା ମୁକୁଟ ଦର୍ଶକଙ୍କୁ ବେଶ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।ପୂଜା କମିଟି ପକ୍ଷରୁ ସଭାପତି ସ୍ୱାଧୀନ ମହାପାତ୍ର, ସାଧାରଣ ସମ୍ପାଦକ ଆକାଶ ମହାରଣା, ଉପସଭାପତି ଅଂଶୁମାନ ସାମଲ ଏବଂ ଉପଦେଷ୍ଟା ରୂପେ ସତ୍ୟ ନାରାୟଣ ମହାନ୍ତି, ପ୍ରକାଶ ସାହୁ, ରାଜୁ ଜେନା, ସୁନୀଲ ବେହେରା ଓ ରୋଶନ ସାମଲ ପ୍ରମୁଖ ଦାୟିତ୍ୱ ସମ୍ଭାଳିବେ।