ଅନ୍ୟାନ୍ୟ

ଗ୍ରୀଷ୍ମକାଳୀନ ଏନସିସି ଶିବିରରେ ଯୋଗ ଦେବାକୁ ଢେଙ୍କାନାଳ ଗଲେ ଶିଶୁ ମନ୍ଦିରର ୧୦ କ୍ୟାଡେଟ୍

By Swagatika Samantray

June 22, 2024

 

ନାଲକୋ ନଗର: ଢେଙ୍କାନାଳ ସିନର୍ଜୀ କଲେଜ କ୍ୟାମ୍ପସ ଠାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଜୁନିୟର) ଙ୍କର ଗ୍ରୀଷ୍ମକାଳୀନ ଶିବିରରେ ଯୋଗ ଦେବାକୁ ନାଲକୋ ସରସ୍ଵତୀ ବିଦ୍ୟାମନ୍ଦିରର ଏନସିସି କ୍ୟାଡେଟ ଆଜି ଯାତ୍ରା କରିଛନ୍ତି।

ବିଦ୍ୟାଳୟର ଏନସିସି ଅଫିସର ଜଗନ୍ନାଥ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ କ୍ୟାଡେଟ କମାଣ୍ଡାଣ୍ଟ ରୁଦ୍ର ନାରାୟଣ ମହାପାତ୍ର, ସତ୍ୟଜିତ ଭୁତିଆଙ୍କ ସମେତ ୧୦ଜଣ ଏନସିସି କ୍ୟାଡେଟ ଯୋଗ ଦେବେ। ଚଳିତ ମାସ ୨୧ ତାରିଖ ଠାରୁ ୩୦ ତାରିଖ ଯାଏ ଅନୁଷ୍ଠିତ ଶିବିରରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏନ ସିସି କ୍ୟାଡେଟ ଯୋଗ ଦେବେ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ।

ଏନସିସି କ୍ୟାଡେଟମାନଙ୍କର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରରେ ଯୋଗଦାନ ପାଇଁ ବିଦ୍ୟାଳୟ ଅଧ୍ୟକ୍ଷ ଡ଼. ଶତ୍ରୁଘ୍ନ ବେହେରା ଶୁଭେଚ୍ଛା ଜଣାଇଛନ୍ତି।