ଘଟଣା ଓ ଦୁର୍ଘଟଣା

ଆରଟିଓ ଅଫିସ ସାମ୍ନାରୁ ୧୦ ଫୁଟିଆ ଅଜଗର ଉଦ୍ଧାର

By Angul TV Bureau

August 22, 2026

ଅନୁଗୋଳ: ଅନୁଗୋଳ ଆରଟିଓ ଅଫିସ ସାମ୍ନାରୁ ଆଜି ରାତି ପ୍ରାୟ ୯ଟା ସମୟରେ ଏକ ୧୦ ଫୁଟିଆ ଅଜଗର ସାପକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ ରାତିରେ ଆରଟିଓ ଅଫିସ ସାମ୍ନାରେ ବିଶାଳ ଅଜଗରଟି ଘୁରି ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ସ୍ନେକ୍ ଲାଇଫ୍ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସର୍ପମିତ୍ର ଆଦିତ୍ୟ ବେହେରା ଓ ତାଙ୍କ ସାଥୀ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ସ୍ନେକ୍ ଲାଇଫ୍ ଲାଇନ୍ ସଦସ୍ୟମାନେ ଉଦ୍ଧାର ଅଜଗରଟିକୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗର ଫରେଷ୍ଟର ରଞ୍ଜନ ପ୍ରଧାନ ଏବଂ ସିତୁ ବେହେରାଙ୍କୁ ସାପଟି ହସ୍ତାନ୍ତର କରାଯାଇଥିଲା।