ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାର ୧୦ ଟି ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଜାତୀୟ ସ୍ତରକୁ ଉନ୍ନିତ

By Biswaranjan Pattnaik

April 20, 2023

ଅନୁଗୁଳ: ଅନୁଗୁଳ ଜିଲ୍କାର ଦଶ ଗୋଟି ହେଲଥ ଆଣ୍ଡ ୱେଲନେସ ସେଣ୍ଟର ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରି ରାଜ୍ୟ ସ୍ତରରେ ପ୍ରଶଂସିତ ହେବା ସହ ନେସନାଲ କ୍ୱାଲିଟି ଆସ୍ୱେଓରାନ୍ସ ରେ ବିଚାର ପାଇଁ ମନୋନୀତ ହୋଇଛି।ଆୟୁସମାନ ଯୋଜନାରେ ପ୍ରତିଷ୍ଠିତ ଏହି କେନ୍ଦ୍ର ଗୁଡିକ ରୋଗୀ ମାନଙ୍କୁ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସେବା ଦେବା ସହ ସମସ୍ତ ପ୍ରକାର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି।