ଅନୁଗୁଳ: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା। ଏ ନେଇ ଜିଲ୍ଲା ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଜି ସକାଳେ ଛାତ୍ରଛାତ୍ରୀ ମାନେ ଅନୁଗୁଳ ସରକାରୀ ମହାବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଜଣ ଜଣ କରି ଯାଞ୍ଚ ପରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ଛଡ଼ାଯାଇଥିଲା। ଆଜି ପ୍ରଥମ ଦିନରେ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ହେତୁ ଛାତ୍ରଛାତ୍ରୀମାନଙ୍କ ମନରେ ସାମାନ୍ୟ ଭୟ ରହିଥିବା ସତ୍ତ୍ୱେ ପରୀକ୍ଷା ଭଲ କରିବାକୁ ଆଶା ରଖିଥିବା କହିଛନ୍ତି।
ଅନୁଗୁଳ ଜିଲ୍ଲାରେ ମୋଟ ୭ଟି ହବ୍ ରହିଥିବା ଏଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଉଛି। ଚଳିତ ବର୍ଷ ଜିଲ୍ଲାରେ ଯୁକ୍ତ ୨ ରେ ୧୦ ହଜାର ୪୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କଳାରେ ସର୍ବାଧିକ ୬ ହଜାର ୧୮୧, ବିଜ୍ଞାନରେ ୩ ହଜାର ୭୩୬, ବାଣିଜ୍ୟରେ ୪୯୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଚଳିତ ବର୍ଷ ୩୭ଟି ପରୀକ୍ଷା କେନ୍ଦ୍ର ହୋଇଛି।