ଅନ୍ୟାନ୍ୟ

ସିବିଏସ୍‌ଇ ପରୀକ୍ଷାରେ ଅନୁଗୁଳ ସମର୍ପଣ ଏକାଡ଼େମୀକୁ ଶତ ପ୍ରତିଶତ ସଫଳତା: ଦ୍ୱାଦଶରେ ଓମ୍, ଦଶମରେ ଅର୍ଚ୍ଚିତା ଟପ୍ପର

By Angul TV Bureau

May 14, 2024

ଅନୁଗୁଳ : ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପରୀକ୍ଷାରେ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀ ଶତ ପ୍ରତିଶତ ସଫଳତା ପାଇଛି। ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଅନୁଷ୍ଠାନର ସମସ୍ତ ୫୫ ଜଣ ଛାତ୍ରଛାତ୍ରୀ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ଓମ୍ ପ୍ରକାଶ ପ୍ରଧାନ ସର୍ବାଧିକ ୯୭.୨ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ବେଳେ ପ୍ରଭୁଦତ୍ତ ପ୍ରଧାନ ୯୪.୪ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଓ ଶୁଭ୍ରାଂଶୁ ଶେଖର ସାହୁ ୯୨.୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ସମସ୍ତ ୭୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ୨୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି। ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅର୍ପିତା ପାଲ୍ ସର୍ବାଧିକ ୯୭.୪ ପ୍ରତିଶତ ନମ୍ବର ରଖି ପ୍ରଥମ, ଆର୍ୟ ଆଶୁତୋଷ ପରିଡା ୯୬.୪ ପ୍ରତିଶତ ରଖି ଦ୍ଵିତୀୟ ଓ ଇଶିକା ପ୍ରିୟଦର୍ଶିନୀ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ୯୫.୮ ପ୍ରତିଶତ ନମ୍ବର ଲେଖାଏଁ ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି।

ଛାତ୍ରଛାତ୍ରୀଙ୍କର ଏହି ସଫଳତାରେ ଅନୁଷ୍ଠାନର ଅଧ୍ୟକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ, ସହ ପରିଚାଳକ ପାର୍ଥ ସାରଥୀ ରାଉତ, ଶିକ୍ଷକ ଭବାନୀ ଶଙ୍କର ସାହୁ, ନିତିଶ୍ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ସ୍ଵାଗତିକା ନାଥ ପ୍ରମୁଖ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।