ଅନ୍ୟାନ୍ୟ

ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର, ୧୦୫ ୟୁନିଟ୍ ରକ୍ତ ସଂଗୃହୀତ

By Angul TV Bureau

September 18, 2022

ଅନୁଗୁଳ: ସ୍ଥାନୀୟ କିଶୋରନଗର ବ୍ଲକ ଅଙ୍ଗପଡା ପଞ୍ଚାୟତର ତୁରୁଡ଼ା ଯୁବକ ସଂଘ ପରିସରରେ ବିଜୁ ଯୁବ ଜନତା ଦଳ ଓ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ୧୦୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ବ୍ଲକ ଅଧକ୍ଷା ହେମାନ୍ଦ୍ରୀ ପ୍ରଧାନ, ଜିଲ୍ଲା ଯୁବ ଜନତା ଦଳର ସଭାପତି ଦିନେଶ ପ୍ରଧାନ, ବ୍ଲକ ସଭାପତି କୁମୁଦ ଚନ୍ଦ୍ର ପ୍ରଧାନ, ବ୍ଲକ ଯୁବ ସଭାପତି ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅନୁପମା ସାହୁ ଓ ବିଷ୍ଣୁପ୍ରିୟା ସାହୁ, ସମିତିସଭ୍ୟ ସତ୍ୟଭାମା ସାହୁ, ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ସାମିଲ ହୋଇଥିଲେ।