ଅନୁଗୁଳ: ସ୍ଥାନୀୟ ହନୁମାନ ଭକ୍ତ ମଣ୍ଡଳୀ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇ ଦିବସୀୟ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ ଓ ଘୃତ ଯଜ୍ଞ ଅମଲାପଡା ବାସନ୍ତୀ ଦୁର୍ଗା ପୂଜା ମଣ୍ଡପଠାରେ ଆୟୋଜିତ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ କଳସ ସ୍ଥାପନ ପୂର୍ବକ ଯଜ୍ଞାରମ୍ଭ ହୋଇଛି। ପଣ୍ଡିତ ଉମାକାନ୍ତ ଜୀ ମହାରାଜଙ୍କ ପୌରୋହିତ୍ୟରେ ଶହସ୍ର କୁମ୍ଭ ସ୍ଥାପନ, କଳସ ମନ୍ତ୍ର, ରାମ ନାରାୟଣ ପାଠ, ଶକ୍ତି ଆବାହନ ଘୃତ ଯଜ୍ଞ ସହିତ ଶ୍ରଦ୍ଧାଳୁଙ୍କ ମଙ୍ଗଳ ବିଧାନ ନିମନ୍ତେ ଯଜ୍ଞରେ ଘୃତ ଆହୁତି ପ୍ରଦାନ କରାଯାଇଛି। ସେହିପରି ଶନିବାର ପୂର୍ବାହ୍ନରେ ସାମୂହିକ ୧୦୮ ହନୁମାନ ଚାଳିଶା ପାଠ ହେବା ସହିତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ରହିଛି। ଏଥି ସହିତ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବାନ ଶ୍ରୀରାମ ଓ ଶ୍ରୀହନୁମାନଙ୍କ କୃପା ଭିକ୍ଷା ଲାଭ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।