ମୁଖ୍ୟ ଖବର

ତୀର୍ଥ ଯାତ୍ରାରେ ଗଲେ ୧୦୯ ଜଣ ବରିଷ୍ଠ ନାଗରିକ

By Angul TV Bureau

September 21, 2026

ଅନୁଗୋଳ: ଆଜି ଅପରାହ୍ନରେ ସ୍ଥାନୀୟ ସଭାଘର ଠାରେ ଅନୁଗୋଳ ଜିଲ୍ଲା ୩ୟ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି । ମାନ୍ୟବର ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନମ୍‌ସ୍ମିତା ସାହୁ, ଅତିରିକ୍ତ ତହସିଲଦାର ଶ୍ରୀପାଳି ଭରଦ୍ବାଜ ପ୍ରମୁଖ ଉପସ୍ଥିତ ଥିଲେ ।

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ ଅନୁଗୋଳର ୧୦୯ ଜଣ ବରିଷ୍ଠ ନାଗରିକ ୩ଟି ବସରେ ଆଜି ସମ୍ବଲପୁର ଅଭିମୁଖେ ବାହାରିଛନ୍ତି । ଆସନ୍ତାକାଲି ସମ୍ବଲପୁର ରେଳ ଷ୍ଟେସନ ଠାରୁ ସେମାନେ ବାରଣାସୀ-ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ। ତୀର୍ଥ କ୍ଷେତ୍ର ପରିଭ୍ରମଣ ଶେଷ କରି ୨୭ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ୩ ଜଣ ଏସ୍‌କର୍ଟ ଅଫିସର ତୀର୍ଥ ଯାତ୍ରୀମାନଙ୍କ ସାଥିରେ ଯାଇଛନ୍ତି ।