ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ରାଣୀଗୋଡା ଗାଁରୁ ଗତ ମଙ୍ଗଳବାର ଏକ ୧୧ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ସେହି ଗାଁର ବସନ୍ତ କୁମାର ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ଘର ପାଖରେ ରହିଥିବା ମାର୍ବଲ ପଥର ଗଦାରୁ ରାତି ପ୍ରାୟ ୧୧ ଟା ସମୟରେ ଏକ ବିଶାଳକାୟ ଅଜଗର ସାପ ଦେଖିଥିଲେ। ସାପକୁ ଦେଖି ସ୍ଥାନୀୟ ଲୋକେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ ଘଟଣା ସ୍ଥଳରେ ଆଦିତ୍ୟ ପହଞ୍ଚିବା ସହ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନୁଗୁଳ ରେଞ୍ଜର ହରମୋହନ ନାୟକଙ୍କ ଉପସ୍ଥିତିରେ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳରେ ଛାଡି ଦେଇଥିବା ଜଣାପଡିଛି।