ମୁଖ୍ୟ ଖବର

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୧୧ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

By Angul TV Bureau

September 11, 2023

ଅନୁଗୁଳ: ଆଜି ଅନୁଗୁଳ ଅବକାରୀ ବିଭାଗ ଅଧିକାରୀ ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରିବା ସହ ତା’ଠାରୁ ୧୧୦ ଗ୍ରାମ ଧଳା ଜହର ଜବତ କରିଛନ୍ତି।

ସୂଚନା ମୁତାବକ, ସ୍ଥାନୀୟ ନାଲକୋ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମ ପ୍ରଧାନ ସାହିର ସରୋଜ ପ୍ରଧାନ ସୋମବାର ପୂର୍ବାହ୍ନରେ ଗାଁ ପାଖ ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନସୁଗାର ଧରି ଗରାଖ ଅପେକ୍ଷାରେ ଥିବା ନେଇ ଅବକାରୀ ଅଧିକାରୀ ଖବର ପାଇଥିଲେ। ସେମାନେ ସଦଳବଳେ ସେଠାରେ ଚଢ଼ାଉ କରି ସରୋଜ ପ୍ରଧାନକୁ ଗିରଫ କରିବା ସହ ତା’ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ଜବତ ଧଳା ଜହରର ମୂଲ୍ୟ ପାଖାପାଖି ୧୧ ଲକ୍ଷ ଟଙ୍କା ହେବ। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାଏକ ସୂଚନା ଦେଇଛନ୍ତି।