ଅନ୍ୟାନ୍ୟ

ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ବର୍ଷର ଶେଷ ‘ମନ୍ କୀ ବାତ୍’ ଶୁଣିଲେ ସାଂସଦ ରୁଦ୍ର ନାରାୟଣ ପାଣି

By Biswaranjan Pattnaik

December 29, 2024

ଅନୁଗୁଳ :ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବର୍ଷର ଶେଷ ୧୧୬ ତମ ମନ କୀ ବାତ୍ କାର୍ଯ୍ୟକ୍ରମ ଶୁଣିଛନ୍ତି ଶତାଧିକ କାର୍ଯ୍ୟକର୍ତ୍ତା। ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଉପସ୍ଥିତ ଥିଲେ।

ଏଥିସହ ଅନୁଗୁଳ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରେ ତଥା ସମସ୍ତ ବୁଥରେ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ନେତୃ ମଣ୍ଡଳୀ ଉପସ୍ଥିତ ରହି ମୋଦିଙ୍କ କଥା ଶୁଣିଥିଲେ।