ଘଟଣା ଓ ଦୁର୍ଘଟଣା

୧୨ ଫୁଟ୍‌ର ଅହିରାଜ ଉଦ୍ଧାର

By Angul TV Bureau

September 29, 2021

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଗଡ଼ତରାସ ଗାଁରୁ ମଙ୍ଗଳବାର ୧୨ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି । ଗାଁ ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ କେତେକ ଗ୍ରାମବାସୀ ଏହି ସାପ ଦେଖି ଭୟଭୀତ ହୋଇଯାଇଥିଲେ । ଗାଁ ସଭାପତି ସୁବର୍ଣ୍ଣୀ ରାଉତ ଏ ସମ୍ପର୍କରେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ। ଶ୍ରୀ ବେହେରା ସର୍ପ ଉଦ୍ଧାରକାରୀ ଶିବାନୀଶଙ୍କର ଦେହୁରୀ ଓ ବିଜୁ ଭୋଇଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସାପ ଉଦ୍ଧାର କରିଥିଲେ। ସାପକୁ ବନ୍ତଳା ବନାଞ୍ଚଳ କାର୍ଯ୍ୟାଳୟକୁ ନିଆଯାଇଥିଲା। ପରେ ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୁଲସନ ବେହେରାଙ୍କ ଉପସ୍ଥିତିରେ ଅହିରାଜକୁ ନିକଟ ଜଙ୍ଗଲରେ ଛାଡି ଦିଆଯାଇଥିଲା। ଗତ ଦୁଇବର୍ଷ ମଧ୍ୟରେ ଗଡ଼ତରାସ ଗାଁରୁ ୩ଟି ଅହିରାଜ ଉଦ୍ଧାର ହୋଇଥିବା ସର୍ପମିତ୍ର ଆଦିତ୍ୟ ବେହେରା ପ୍ରକାଶ କରିଛନ୍ତି ।