ମୁଖ୍ୟ ଖବର

୧୨ ଫୁଟିଆ ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

By Sanjeeb Biswal

September 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡ଼ା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଏକ ୧୨ ଫୁଟିଆ ଅହିରାଜ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି ସର୍ପମିତ୍ର।

ସୂଚନା ଅନୁସାରେ, ସ୍ଥାନୀୟ ଘାଟସାହିରେ ଏକ ବଡ଼ ଅହିରାଜ ସାପ କାଠ ଭିତରେ ଥିବା ବନ କର୍ମଚାରୀମାନେ ଖବର ପାଇଥିଲେ। ଖବର ପାଇ ସେମାନେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ। ଆଦିତ୍ୟ ନିଜ ସାଥୀ ବିଜୁ ଭୋଇ, ଚୀନୁ ସାହୁ, ସୌମ୍ୟ ରଂଜନ ସାହୁ ଘଟଣାସ୍ଥଳରେ ପହଞ୍ଚି କାଠ ଭିତରୁ ସାପକୁ ଉଦ୍ଧାର କରିଥିଲେ। ପରେ ବନ ବିଭାଗ ଉପସ୍ଥିତିରେ ଅହିରାଜକୁ ଜଙ୍ଗଲ ଭିତର ସୁରକ୍ଷିତ ସ୍ଥାନରେ ଛାଡ଼ି ଦିଆଯାଇଛି।