ଅନ୍ୟାନ୍ୟ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୧ ତମ ଜୟନ୍ତୀ ପାଳିତ

By Angul TV Bureau

November 23, 2022

ଅନୁଗୁଳ: ଆଜି ପୂର୍ବାହ୍ନରେ ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାସ୍ତରୀୟ ଉତ୍ସବ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାଳିତ ହୋଇଛି। ଉତ୍ସବରେ ଜିଲ୍ଲା କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ବିଶି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନବକୃଷ୍ଣ ଚୌଧୁରୀଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ତାଙ୍କ ସରଳ, ନିରାଡମ୍ବର ଓ ତ୍ୟାଗପୂତ ଜୀବନକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଆ ଭାଷାକୁ ରାଜଭାଷାର ମାନ୍ୟତା ଦେବାରେ ତାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ମାତୃଭାଷାକୁ ସେ ଅତ୍ୟନ୍ତ ଗୁରୁତ୍ବ ଦେଉଥିଲେ। ବିଧାନସଭାରେ ଓଡ଼ିଆ ଭାଷାକୁ ରାଜଭାଷା ହିସାବରେ ସ୍ବୀକୃତି ଦେବାର ପ୍ରଥମ ପରିକଳ୍ପନା କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡ. ଧରଣୀଧର ନାଥ ସାଧାରଣ ଜନତାଙ୍କ ପାଇଁ ଚିନ୍ତା କରୁଥିବା ନବକୃଷ୍ଣ ଦୁର୍ନୀତିକୁ ତୀବ୍ର ବିରୋଧ କରୁଥିଲେ। ଏହି ଦିବସ ପାଳନ ଅବସରରେ ବକ୍ତୃତା ପ୍ରତିଯୋଗିତାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ। ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୁଃଶାସନ ନାଏକ ବୈଠକ ପରିଚାଳନା କରିଥିବା ବେଳେ କର୍ମଚାରୀମାନେ ସହଯୋଗ କରିଥିଲେ।