ଅନୁଗୋଳ: ଅନୁଗୋଳ ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ନଭେମ୍ବର ୧୩ ଓ ୧୪ ତାରିଖ ଦୁଇଦିନ ଧରି ଦ୍ୱାଦଶ ପୁସ୍ତକ ମେଳା ଅନୁଷ୍ଠିତ ହୋଇଯାଇଛି।
ଜିନ୍ଦଲ ଷ୍ଟିଲର ଅନୁଗୋଳ ୟୁନିଟ୍ର ଜେନେରାଲ ମ୍ୟାନେଜର (ସିଏସ୍ଆର୍) ଜୟନ୍ତ କୁମାର ମହାନ୍ତି ଏହାକୁ ଉଦ୍ଘାଟନ କରିଥିଲେ। ମେଳାରେ ଅକ୍ସଫୋର୍ଡ ପ୍ରକାଶନ, ସ୍କଲାଷ୍ଟିକ୍ ଇଣ୍ଡିଆ, ଦି ହିନ୍ଦୁ ଓ ବିଜୟିନୀ ଆଦି ପ୍ରକାଶନ ସଂସ୍ଥାର ବିଭିନ୍ନ ପୁସ୍ତକ ସ୍ଥାନ ପାଇଥିଲା।
ଗପ ବହି, ପାଠ୍ୟପୁସ୍ତକ, ପଜଲ୍, ଷ୍ଟେସନାରୀ ଓ ବିଭିନ୍ନ ଆକ୍ଟିଭିଟି ପୁସ୍ତକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥିଲା। ଏହାଦ୍ୱାରା ପିଲାଙ୍କ ମଧ୍ୟରେ ପଠନ ଅଭ୍ୟାସ, ଜ୍ଞାନ ଓ ସୃଜନଶୀଳତାର ବିକାଶ ହେବ ବୋଲି ସ୍କୁଲ ଅଧ୍ୟକ୍ଷ ଡ. ଅଶ୍ୱିନୀ କୁମାର ସାହୁ କହିଥିଲେ। ସେ କାର୍ଯ୍ୟକ୍ରମର ସଫଳତା ପାଇଁ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଧନ୍ୟବାଦ ଜଣାଇଥିଲେ।