ଘଟଣା ଓ ଦୁର୍ଘଟଣା

୧୩୪ ଲିଟର ଚୋରା ମଦ ଜବତ, ଜଣେ ଗିରଫ

By Angul TV Bureau

August 09, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପୋଲିସ ବଡ଼କେରା ଅଞ୍ଚଳରେ ଚଢ଼ଉ କରି ୧୩୪ ଲିଟର ମଦ ଜବତ କରିଛି। ଏଥିସହ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିବା ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ବ୍ରଜକିଶୋର ମୁଦୁଲି (୩୬) ଏକ ଅଟୋରେ ବଡ଼କେରା ଆଡୁ ବନ୍ତଳା ଅଭିମୁଖେ ମଦ ଧରି ଯାଉଥିବା ସମୟରେ ଖବର ପାଇ ବନ୍ତଳା ପୋଲିସର ଏକ ଦଳ ବ୍ରଜଙ୍କୁ ଗୁରଙ୍ଗ ଗାଁ ନିକଟରେ ଅଟକାଇ ଥିଲା। ବ୍ରଜଙ୍କ ଅଟୋରୁ ୧୩୪ଲିଟର ବିଦେଶୀ ମଦ ଜବତ କରିବା ସହିତ ବ୍ରଜକୁ ଗିରଫ କରିଥିଲା। ଅଭିଯୁକ୍ତ ବ୍ରଜଙ୍କୁ ବନ୍ତଳା ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି।