ମୁଖ୍ୟ ଖବର

ହିଙ୍ଗୁଳା ପୀଠ ସାଂସ୍କୃତିକ କମ୍ପ୍ଲେକ୍ସ ପାଇଁ ୧୪.୧୭ କୋଟି ମଞ୍ଜୁର

By Angul TV Bureau

July 17, 2021

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ସ୍ଥିତ ପୀଠରେ ସାଂସ୍କୃତିକ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୧୪.୧୭ କୋଟି ଟଙ୍କା ମଞ୍ଜୁର ହୋଇଛି। ମା ହିଙ୍ଗୁଳା ପୀଠ ପରିସରରେ ବିବିଧ ଉଦ୍ଦେଶ୍ୟ ସାଧନକାରୀ ଏହି କମ୍ପ୍ଲେକ୍ସ ନିର୍ମାଣ ପାଇଁ ପ୍ରଶାସନିକ ଅନୁମୋଦନ ଲାଭ କରିଛି । ମା’ ହିଙ୍ଗୁଳାଙ୍କର ଏହି ପବିତ୍ର ସ୍ଥଳରେ ତୀର୍ଥଯାତ୍ରୀଙ୍କ ଅନୁଭୂତିକୁ ପରିବର୍ଦ୍ଧିତ କରିବା ସହ ସ୍ଥାନୀୟ ଲୋକେ ମଧ୍ୟ ଏଥିଯୋଗୁଁ ଉପକୃତ ହୋଇପାରିବେ ବୋଲି ଆଶାବ୍ୟକ୍ତ କରାଯାଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଉଦ୍ୟମ କ୍ରମେ ହିଙ୍ଗୁଳା ପୀଠର ଉନ୍ନତିକରଣ ପାଇଁ ଏହି ଟଙ୍କା ମଞ୍ଜୁର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।