ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲାକୁ ଆସିବେ ୧୪ ନୂଆ ଡାକ୍ତର

By Biswaranjan Pattnaik

July 23, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡାକ୍ତର ମରୁଡି ହେତୁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ଗତ ଶୁକ୍ରବାର ଓଡ଼ିଶାରେ ନିଯୁକ୍ତି ଦିଆଯାଇଥିବା ୩୫୮ଜଣ ଡାକ୍ତରଙ୍କ ମଧ୍ୟରୁ ୧୪ ଜଣଙ୍କୁ ଅନୁଗୁଳ ଜିଲ୍ଲାରେ ନିଯୁକ୍ତି ଦିଆଯାଇଛି। ଅନୁଗୁଳ ଜିଲ୍ଲାର ବଇଣ୍ଡା, ତାଳଚେର, ପବିତ୍ରନଗର, କଣିହାଁ,ପାଇକାସାହି,ଗୁରୁଜଙ୍ଗ, ପତାକା,କିଶୋରନଗର, ପୁରୁଣାଗଡ, ଜମରଡିହ, ଗୋପାଳ ପ୍ରସାଦ, ରଜଡଙ୍ଗରେ ଜଣେ ଲେଖାଏଁ ଏବଂ ମାଧପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଡାକ୍ତର ମାନଙ୍କ ଯୋଗଦାନ ପରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବ ବୋଲି ବିଶ୍ୱାସ କରାଯାଉଛି ।