କ୍ରୀଡ଼ା

ସରିଲା ୧୪ ତମ ଟାଇକୋଣ୍ଡୋ ରଙ୍ଗୀନ୍ ବେଲ୍ଟ ପରୀକ୍ଷା, ଯୋଗ ଦେଲେ ସିଆଇଏସଏଫ୍ କମାଣ୍ଡାଣ୍ଟ ହେମନ୍ତ କୁମାର ବର୍ମହ

By Biswaranjan Pattnaik

March 18, 2023

ଅନୁଗୁଳ: ଅନୁଗୁଳ ଟାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ୧୪ ତମ ରଙ୍ଗୀନ୍ ବେଲ୍ଟ୍ ପରୀକ୍ଷା ସମାପନ ହୋଇଛି। ଏହି ପରୀକ୍ଷା ନାଲକୋ ସିଆଇଏସଏଫ୍ କଲୋନୀ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା।

ପରୀକ୍ଷା ଶିବିରରେ ମୁଖ୍ୟ ଅତିଥି ଭାବେ ସିଆଇଏସଏଫ୍ କମାଣ୍ଡାଣ୍ଟ ହେମନ୍ତ କୁମାର ବର୍ମହ ଯୋଗଦେଇ ପରୀକ୍ଷାର୍ଥୀଙ୍କୁ ଟାଇକୋଣ୍ଡୋ ଖେଳ ବିଷୟରେ ବୁଝାଇଥିଲେ। ଏ ଅବସରରେ ସେ ରଙ୍ଗୀନ୍ ବେଲ୍ଟ ପ୍ରଦାନ କରି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ଜାତୀୟ ଖେଳାଳି ତଥା କନ୍ୟାରତ୍ନ ପ୍ରାପ୍ତ ଜସ୍ଲିନ ସାହୁ ଓ ଜାତୀୟ ଖେଳାଳି ଶ୍ରଦ୍ଧା ସ୍ୱାଇଁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ନେଇଥିଲେ।