ଘଟଣା ଓ ଦୁର୍ଘଟଣା

୧୫ ଗ୍ରାମ୍ ହେରୋଇନ ଜବତ, ଜଣେ ଗିରଫ

By Biswaranjan Pattnaik

April 20, 2023

ଅନୁଗୁଳ: ବୁଧବାର ସକାଳେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ତାଳଚେର ଆର୍ଟିଓ ଅଫିସ ନିକଟବର୍ତ୍ତୀ ବିରାଦରପଡ଼ା ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ଗ୍ରାମ ହେରୋଇନ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଚଗଲା ବେହେରା ବୋଲି ଜଣାଯାଇଛି।ଚଗଲାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏସଆଇ ଗାୟତ୍ରୀ ମାଝି ଏହି ଚଢ଼ାଉର ନେତୃତ୍ୱ ନେଇଥିଲେ।