ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ କମ୍ପାନୀ ପଠା ଯାଇଛି। ଅନୁଗୁଳ ପୌରପାଳିକାର ବିଭିନ୍ନ ଏମସିସି ସେଣ୍ଟରରେ ପ୍ଲାଷ୍ଟିକ ଆବର୍ଜ୍ଜନାକୁ ଅଲଗା କରିବା ପରେ ଏହି ଆବର୍ଜନାକୁ ସିମେଣ୍ଟ କାରଖାନାରେ ପୁନଃ ବ୍ୟବହାର ନିମନ୍ତେ ପଠା ଯାଇଛି। ଏହାଦ୍ବାରା ଆବର୍ଜନାକୁ କେତେକାଂଶରେ ନିୟନ୍ତ୍ରଣ କରାଯାଇପାରିବ। ଏ ପ୍ରସଙ୍ଗରେ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଅନୁଗୁଳ ଜନସାଧାରଣଙ୍କୁ ସିଙ୍ଗଲ ୟୂଜ ପ୍ଲାଷ୍ଟିକ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି।