ମୁଖ୍ୟ ଖବର

୧୬୦ ତମ ମହିମା ମହୋତ୍ସବ ଉଦଯାପିତ, ଭୀମଭୋଇଙ୍କ ରଚିତ ଖଞ୍ଜଣୀ ଭଜନ ପରିବେଷଣ କଲେ ଅଲେଖ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ

By Angul TV Bureau

February 08, 2023

ଅନୁଗୁଳ : ଅଙ୍ଗାରବନ୍ଧର ୧୬୦ତମ ମହିମା ମହୋତ୍ସବ ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଅଲେଖ ମହିମା ଧର୍ମାବଲମ୍ବୀ ସ୍ଥାନୀୟ ସାଧୁ ସନ୍ଥ ଭୀମଭୋଇଙ୍କ ରଚିତ ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମହିମା ଧର୍ମର ଗାରିମା ବର୍ଣ୍ଣନା କରିବା ସହ ମାନବ ସମାଜରେ ସତ୍ୟ, ଶାନ୍ତି, ଦୟା, କ୍ଷମାର ବାର୍ତ୍ତାବହ ମହିମା ଗୋସାଇଁ ଓ ଭୀମଭୋଇଙ୍କ ଉକ୍ତିକୁ ଉଦ୍ଧାର କରି ବିଭିନ୍ନ ଉଦାହରଣ ମାନ ପ୍ରତିପାଦନ କରିଥିଲେ। ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ, ବଅଁରପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନୟ କୁମାର ନାଥ, ପ୍ରବଚକ ତଥା ମୁଖ୍ୟବକ୍ତା ମହେଶ କୁମାର ସାହୁ, ମହିମା ଧର୍ମର ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଉଦ୍‌ଘୋଷକ ଗୋପାଳ ନାଥ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ମହିମା ମହୋତ୍ସବର ସାଂସ୍କୃତିକ ସମ୍ପାଦକ ଡ.ଉପେନ୍ଦ୍ର ଶର୍ମାଙ୍କ ପ୍ରଚେଷ୍ଟାରେ ବହୁ ନାମୀଦାମୀ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, କୋଷାଧକ୍ଷ ବିଜ୍ଞାନୀ ବେହେରା ଏବଂ ମହିମା ପୀଠ ସହ ଜଡିତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।