ଅନ୍ୟାନ୍ୟ

ଅନୁଗୁଳରେ ନିଯୁକ୍ତି ପାଇଲେ ୧୯ ଜଣ ଲ୍ୟାବ ଟେକ୍ନିସିଆନ

By Biswaranjan Pattnaik

August 19, 2022

ଅନୁଗୁଳ: ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ପରୀକ୍ଷା କରାଯାଇ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ଜଣଙ୍କୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତି ଭିତ୍ତିକ ଲ୍ୟାବ ଟେକ୍ନିସିଆନ ଭାବେ ନିଯୁକ୍ତି ଦିଆଯାଇଛି। ସିଡ଼ିଏମଓ ଆଜି ଏଥିନେଇ ବିଧିବଦ୍ଧ ନିଯୁକ୍ତି ଦେଇଛନ୍ତି।ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣଙ୍କୁ ନିଯୁକ୍ତି ଦିଆ ଯାଇଥିବା ବେଳେ ଅନ୍ୟ ୧୬ ଜଣଙ୍କୁ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ନିଯୁକ୍ତି ଦିଆଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସେବାରେ ଏହାଦ୍ୱାରା ସୁଧାର ଆସିବ ବୋଲି ଆଶା କରାଯାଉଛି ।