ଘଟଣା ଓ ଦୁର୍ଘଟଣା

ଛେଣ୍ଡିପଦାରୁ ୧୯ ସିଏଫଟି ଚୋରା କାଠ ଜବତ

By Biswaranjan Pattnaik

October 28, 2025

ଅନୁଗୁଳ: ଗତ ୨୭ ତାରିଖ ଅପରାହ୍ନ ୪ ଟା ସମୟରେ ଛେଣ୍ଡିପଦା ଜଙ୍ଗଲ ବିଭାଗ କର୍ମଚାରୀ ମାନେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗାଁର ଲମ୍ବୋଦର ବେହେରାଙ୍କ ଘରେ ଚଢ଼ାଉ କରିଥିଲେ। ସେଠାରୁ ଚାରିଗୋଟି ଶାଗୁଆନ ଗଣ୍ଡୀ ଯାହାର ପରିମାଣ  ୯.୧୭ ସିଏଫଟି, ୧୦ ଟି ଶାଗୁଆନ ପଟା ଯାହାର ପରିମାଣ ୫.୫୫ ସିଏଫଟି ଏବଂ ୭ ଟି ଆକାସିଆ ପଟା ଯାହାର ପରିମାଣ ୪.୪୬ ସିଏଫଟି ଜବତ କରିଥିଲେ। କାଠ ସବୁକୁ ଜବତ କରାଯିବା ସହ ମାମଲା ରୁଜୁ କରାଯାଇଛି। ଏହି ଚଢଉରେ ବେଣୁଧର ବେହେରା ଫରେଷ୍ଟର, ରଜନୀଗନ୍ଧା ପ୍ରଧାନ ଫରେଷ୍ଟ ଗାର୍ଡ, ମିନତି ବେହେରା ଫରେଷ୍ଟ ଗାର୍ଡ ଓ ହାତୀ ସ୍କ୍ୱାର୍ଡ ଓ ଗଜ ମିତ୍ର ମାନେ ସାମିଲ ଥିଲେ।