ମୁଖ୍ୟ ଖବର

୧୯୨ କେଜି ଗଞ୍ଜେଇ ସହ ଦୁଇ ଗାଡ଼ି ଜବତ, ୪ ବେପାରୀ ଗିରଫ

By Angul TV Bureau

February 07, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଡ଼ହୁଲା ରାସ୍ତା ନିକଟରେ ଶୁକ୍ରବାର ସକାଳେ ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ଉ କରି ବିପୁଳ ଗଂଜେଇ ଜବତ କରିଛନ୍ତି। ଚଢ଼ଉ ବେଳେ ୧୯୨ କେଜି ଗଞ୍ଜେଇ ସହ ଏକ ମାରୁତି ସ୍ୱିପଟ ଡିଜାର କାର ଓ ଏକ ପିକଅପ୍ ଭ୍ୟାନ ଜବତ ହୋଇଛି। ଏଥି ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ମାନେ ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅନ୍ତର୍ଗତ ଶୁଭକାନ୍ତ ସାହୁ(୩୨), ଫିରିଙ୍ଗିଆ ଥାନା ଅନ୍ତର୍ଗତ ପଦ୍ମଲୋଚନ ସାହୁ(୩୧), ଖଜୁରୀପଡା ଅଞ୍ଚଳର ଆଦିତ୍ୟ ମାଝୀ (୨୮) ଓ କିଆମୁଣ୍ଡା ଅଞ୍ଚଳର ପ୍ରତାପ ରଣା (୨୬)।

ସୂଚନା ମୁତାବକ, ଶୁକ୍ରବାର ସକାଳୁ ୨ଟି ଗାଡିରେ ଗଞ୍ଜେଇ ବୋଝେଇ ହୋଇ ଚାଲାଣ ହେଉଥିବା ନେଇ ଆଠମଲ୍ଲିକ ଅବକାରୀ ବିଭାଗ ଖବର ପାଇଥିଲେ। ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝୀଙ୍କ ନେତୃତ୍ୱରେ ଉପ ନିରୀକ୍ଷକ ନିରଞ୍ଜନ ସାହୁ, କନେଷ୍ଟବଳ ଅମରଦୀପ କୁଜୁର ଓ ଅଜୟ ନାୟକ ଆଠମଲ୍ଲିକ-ଧଳପୁର ମହାନଦୀ ପୋଲ ନିକଟରେ ଛକି ରହିଥିଲେ। ଗୋଟିଏ ମାରୁତି ସ୍ୱିପଟ ଡିଜାର କାର (ଓଡି-୦୨-ବିଏସ -୮୮୩୯) ଓ ଗୋଟିଏ ପିକଅପ୍ ଗାଡି( ଓଡି- ୩୩ -ଏସି -୯୯୭୦) ଆଗପଛ ହୋଇ ଅନୁଗୁଳ ଆଡକୁ ଯାଉଥିବା ଦେଖି ତାକୁ ଅଟକାଇ ଥିଲେ। କିନ୍ତୁ ପିକଅପ୍ ଗାଡି ପଳାଇଥିବା ବେଳେ ମାରୁତିକୁ ପୋଲ ନିକଟରେ ଜବତ କରାଯାଇଥିଲା। ପିକଅପକୁ ବଇଣ୍ଡା ଅବକାରୀ ବିଭାଗ କର୍ମଚାରୀ ବଡ଼ହୁଲା ଛକ ନିକଟରେ ଧରିଥିଲେ। ମାରୁତି ସ୍ୱିପଟରୁ ୧ କ୍ୱିଣ୍ଟାଲ ୭ କିଲୋ ୯୬୦ ଗ୍ରାମ ଗଞ୍ଜେଇ ଓ ପିକଅପରୁ ୮୪ କିଲୋ ୧୪୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ପୃଥକ ଭାବେ ୨ଟି ମାମଲା ରୁଜୁ କରାଯାଇ ୪ ଜଣଙ୍କୁ ଗିରଫ କରାଯାଇଛି ଓ ଗାଡି ଦୁଇଟିକୁ ଜବତ କରାଯାଇଛି। ଡାକ୍ତରୀମାଇନା କରାଯାଇ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l