ଅନୁଗୁଳ: ଅନୁଗୁଳ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ପ୍ରଥମ ଉତ୍ତର କେନ୍ଦ୍ରୀୟ ପରିସର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ – ୨୦୨୫ ସୋମବାର ଉଦଯାପିତ ହୋଇଛି। ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ସମାରୋହରେ ଉତ୍ତର କେନ୍ଦ୍ରୀୟ ପରିସର ପୋଲିସ ମହାନିରୀକ୍ଷକ ସତ୍ୟବ୍ରତ ଭୋଇ, ଅନୁଗୁଳ ଏସପି ରାହୁଲ ଜୈନ, ଢେଙ୍କାନାଳ ଏସପି ଅଭିନବ ସୋନକର ପ୍ରମୁଖ ଉପସ୍ଥିତ ଥିଲେ।
ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮୩ ଟି ଦଳ ଅଂଶଗ୍ରହଣ କରିଥିଲେ। ସି.ଆଇ.ଏସ.ଏଫ. ଓ ଓ.ଆଇ.ଏସ.ଏଫ. ଦଳ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟ ତିନିଟି ଶ୍ରେଣୀରେ ଆୟୋଜିତ ହୋଇଥିଲା।
ଓପେନ ଡବଲ୍ସ (୪୫ ବର୍ଷ ପର୍ଯ୍ୟନ୍ତ) ଓ ଭେଟେରାନ ଡବଲ୍ସ (୪୫+ ବର୍ଷ)ରେ PTC ଅନୁଗୁଳର ହେମନ୍ତ କୁମାର ବିଲୁଙ୍ଗ ଓ ଲିଙ୍ଗରାଜ କିଶନ ବିଜୟୀ ହୋଇଥିଲେ। ସେହିପରି ଦେବଗଡ଼ର ଜିତେନ୍ଦ୍ର ସାମଲ ଓ ସଚିଦାନନ୍ଦ ପାତ୍ର ଉପବିଜେତା ହୋଇଥିଲେ। ଭେଟେରାନ ଡବଲ୍ସ (୪୫+ ବର୍ଷ)ରେ ବିଜେତା ହୋଇଥିଲେ CISF NALCO – କେ. ଶିବ କୁମାର ଓ କେ. ଅନନୁ। ଉପବିଜେତା ହୋଇଥିଲେ ଦେବଗଡ଼ର ଧୀରଜ ଚୋପଦାର ଓ ଜିତେନ୍ଦ୍ର ସାମଲ।ଅନ୍ୟପଟେ ମହିଳା ଡବଲ୍ସର ବିଜେତା ହୋଇଥିଲେ PTC ଅନୁଗୁଳର ସଂଗୀତା ଟୋପୋ ଓ ଟିକିଲି ସେଠି। ଉପବିଜେତା ହୋଇଥିଲେ ଢେଙ୍କାନାଳର ସନ୍ଧ୍ୟାରାଣୀ ବେହୁରିଆ ଓ ନଲିତା ମୋଦି।