ଘଟଣା ଓ ଦୁର୍ଘଟଣା

ସ୍କୁଲରୁ ଫେରି ନାଳକୁ ଯାଇଥିବା ବେଳେ ୨ ବାଳକ ମୃତ

By Angul TV Bureau

November 30, 2023

କିଶୋରନଗର: ଅନୁଗୋଳ ଜିଲ୍କା କିଶୋରନଗର ବ୍ଲକ ହଣ୍ଡପା ଥାନା ବାଲିଆମ୍ବରେ ଆଜି ଏକ ଅଘଟଣ ଘଟି ୨ ବାଳକଙ୍କ ଅକାଳରେ ଜୀବନ ଯାଇଛି।

ମିଳିଥିବା ସୁଚନା ଅନୁଯାଇ ହଣ୍ଡପା ଥାନା କଣ୍ଟେଇକୁଳିଆ ପଞ୍ଚାୟତର ବାଲିଆମ୍ବ ଗାଁର ବାଦଲ ବେହେରା(୯) ଓ ସୁରେନ୍ଦ୍ର ପ୍ରଧାନ (୯) ଦୁହେଁ ଗାଁ ସ୍କୁଲରୁ ପାଠପଢି ୪ଟା ଫେରି ଧରୁ ନାଳ ନିକଟକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ଗୋଡ ଖସି ଯାଇ ଦୁହେଁ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ନାବାଳକଙ୍କ ମୃତଦେହ କୁଉଦ୍ଧାର କରାଯାଇଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।