ମୁଖ୍ୟ ଖବର

ରାତି ଅଧିଆ ୨ ବ୍ରାଉନସୁଗାର ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ, ୬ ଗ୍ରାମ ଧଳା ଜହର ଜବତ

By Angul TV Bureau

January 04, 2024

ଅନୁଗୁଳ: ରାତି ଅଧରେ ଧଳା ଜହର ବେପାର କରୁଥିବା ୨ ବେପାରୀଙ୍କୁ ମାଡ଼ି ବସିଲା ଅନୁଗୁଳ ପୋଲିସ। ଅଧରାତିରେ ବ୍ରାଉନ୍‌ସୁଗାର କାରବାର କରୁଥିବା ୨ ଜଣଙ୍କୁ ଅନୁଗୁଳ ପୋଲିସ ବାନ୍ଧିଛି। ସେମାନେ ହେ‌ଲେ ଅମଲାପଡ଼ା ମୁସଲିମ୍‌ପଡ଼ାର ୟୁନୁସ(୨୨) ଓ ‌ଶେକ୍‌ ରବି(୨୦)। ସେମାନଙ୍କ ପାଖରୁ ୬ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ଓଜନ ମେସିନ ଜବତ କରାଯାଇଛି।

ସୂଚନା ଅନୁସାରେ,ମଙ୍ଗଳବାର ରାତିରେ ଅନୁଗୁଳ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ବ୍ରାଉନ୍‌ସୁଗାର କାରବାର ନେଇ ଖବର ପାଇଥିଲା। ଏକ ପୋଲିସ ଟିମ୍‌ ହେମସୁରପଡ଼ାର ଫାଇଟ୍‌ କ୍ଲବ୍‌ ପାଖରେ ଚଢ଼ାଉ କରି ଏହି ୨ଜଣଙ୍କୁ ଧରିଥିଲା। ସେମାନଙ୍କ ପାଖରୁ ବ୍ରାଉନ୍‌ସୁଗାର ଜବତ କରିବା ପରେ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।