କ୍ରୀଡ଼ା

୨ ଦିନିଆ ରାଜ୍ୟସ୍ତରାୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

By Angul TV Bureau

October 02, 2024

ଅନୁଗୁଳ:ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ କଲେଜ ଠାରେ ଆଜି ପୂର୍ବାହ୍ନରେ ୨ ଦିନିଆ ରାଜ୍ୟସ୍ତରାୟ ବନ ବିଭାଗ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ ହୋଇଛି। ଉଦଘାଟନୀ ଉତ୍ସବରେ ଓଡ଼ିଶା ବନଖଣ୍ଡ ଉନ୍ନୟନ ନିଗମ( ଓ ଏଫ୍ ଡି ସି) ପରିଚାଳନା ନିର୍ଦ୍ଦେଶକ ସୁରେଶ ପନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସୁଧାଂଶୁ ଶେଖର ଖରା, ବନ ସଂରକ୍ଷକ କାର୍ତ୍ତିକ ଭି ଓ ସମ୍ମାନିତ ଅତିଥି ଭାବେ ଫରେଷ୍ଟ ରେଞ୍ଜର୍ସ ଟ୍ରେନିଂ କଲେଜର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ବେହେରା ଯୋଗ ଦେଇଥିଲେ। ପ୍ରତିଯୋଗିତାରେ ଅନୁଗୁଳ, ବ୍ରହ୍ମପୁର, ନବରଙ୍ଗପୁର ଓ ସମ୍ବଲପୁର ଜୋନର ପ୍ରାୟ ୩୭୭ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

ପ୍ରଥମ ଦିନରେ ୪୦୦, ୮୦୦, ୧୫୦୦, ୧୦ ହଜାର ମିଟର ୱାକ, ୧୦୦, ୨୦୦, ୪୦୦, ୮୦୦ ଓ ୫୦୦୦ ମିଟର ରେସ୍, ସଟ ଫୁଟ୍ ଓ ଡିସକସ୍ ଥ୍ରୋ, ହାଇଜମ୍ପ, ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ସନ୍ତରଣ ଭଳି ୨୧ଟି ଇଭେଣ୍ଟରେ ପ୍ରତିଯୋଗିତା ରହିଛି। ସେହିପରି ୨ୟ ଦିନରେ ୨୫ କି.ମି ମାରାଥନ, ୧୫୦୦ ମିଟର ରେସ୍, ୪୦୦ ମିଟର ରିଲେ ଭଳି ମୋଟ ୮ ଗୋଟି ଇଭେଣ୍ଟର ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ବିଭିନ୍ନ ବନଖଣ୍ଡର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।