ମୁଖ୍ୟ ଖବର

ଅନୁଗୁଳରେ ଅବକାରୀ ଚଢ଼ଉ: ୨ ଲକ୍ଷ ୪୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

By Angul TV Bureau

August 21, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଅବକାରୀ ବିଭାଗ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି। ଆଜି ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ ଏବଂ ମୋବାଇଲ ସ୍କ୍ୱାର୍ଡ ଚଢ଼ଉ କରି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛନ୍ତି।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ଅରାହାଟ ଗାଁର ଜିତେନ୍ଦ୍ର ସାମଲ (୩୮) ନାମକ ଜଣେ ବ୍ୟକ୍ତି ତାଳଚେର ଦେଉଳବେଡା ଗାଁ ନିକଟରେ ଗରାଖ ଅପେକ୍ଷାରେ ଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା। ସେଠାରେ ବିଭାଗ ପକ୍ଷରୁ ସଦଳବଳେ ଚଢ଼ଉ କରି ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ସହ ମୋଟର ସାଇକେଲ ଜବତ କରାଯାଇଛି। ଜବତ ଧଳା ଜହରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିତେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି।